S.Ach686 reviews208 followersFollowFollowOctober 2, 2025ଯଦି ମୁଁ ଇତିହାସ ବା ଐତିହାସିକ ଚରିତ୍ର ଉପରେ ଆଧାରିତ ଯେତେ ସବୁ ପୁସ୍ତକ ପଢିଛି, ତା'ର ଏକ ତାଲିକା ପ୍ରସ୍ତୁତ କରିବି, ଏହି ବହିଟି ସେ ତାଲିକାର ଶୀର୍ଷ ଆଡକୁ ରହିବ ୲ ଏଥିରେ ଲେଖକ ବାହାରି ପଡିଛନ୍ତି ଏକ ଯାତ୍ରାରେ, ଗୋଟେ ଛୋଟ ତରୀରେ, ସମୟର ଶ୍ରୋତରେ ଭାସି ଭାସି, ଦେଶ ମହାଦ୍ଵୀପ ପାର୍ କରି ୲ ସାଥିରେ ଅଛି ସଙ୍ଗିନୀ ଏବଂ ମାର୍ଗଦର୍ଶକ 'ଇତି' ୲ ଯାତ୍ରାରେ ସେମାନେ ସାକ୍ଷାତ କରନ୍ତି ୨୦ଟି ଦିଗ୍ଗଜ ଚରିତ୍ରଙ୍କୁ, ସେମାନଙ୍କ ଜୀବନର ଗୋଟେ ଘଡ଼ିସନ୍ଧି ମୁହୂର୍ତ୍ତରେ ୲ ସେହି ମହାନୁଭବଙ୍କୁ ଜୀବନକୁ ଚିତ୍ରଣ କରେ ଇତି, ଲେଖଙ୍କନ ଜିଂଜ୍ଞାସା ମେଣ୍ଟାଇବା ପାଇଁ ୲ ଆଉ ସେମାନଙ୍କ କଥୋପକଥନ ଆମେ ଭେଟୁ ଇତିହାସର ଏପରି ପାତ୍ରଙ୍କ ସହିତ, ଯେଉଁମାନେ ସମୟର ଶ୍ରୋତକୁ ପରିବର୍ତନ କରିବାପାଇଁ ସମର୍ଥ ହୋଇ ଥିଲେ ୲ ମନ୍ମଥ ନାଥଙ୍କର ଏହି ବହିଟିର ଦୁଇ ତିନିଟି ଅଧ୍ୟାୟ ମୁଁ ପିଲା ବେଳେ ପଢ଼ିଥିଲି; ପଢି ଆଶ୍ଚର୍ଯ୍ୟ ଚକିତ ହେଇ ଯାଇଥିଲି, ଇତିହାସର ଏପରି ଅଦ୍ଭୁତ ଚରିତ୍ରଙ୍କ ବିଷୟରେ ଜାଣି ୲ ମିଶ଼ର୍ ର ଦୁର୍ଦ୍ଦାନ୍ତ ଫାରୋ ଖୁଫୁ ଏବଂ ଆଶୀରିୟାର ସମ୍ରାଟ ଅସୁରବାନୀପଲଙ୍କ ବିଷୟରେ ଜାଣି ଭୟରେ ଶିହରି ଉଠିଥିଲି ୲ ବୁଦ୍ଧ ଏବଂ ସକ୍ରେଟିସ୍ ଙ୍କ ଯୁଗାନ୍ତକାରୀ ଚିନ୍ତା କିପରି ସମାଜକୁ ତାଙ୍କର ମୃତ୍ୟୁର ଦୁଇ ଶହର୍ଷ ବର୍ଷ ପରେ ମଧ୍ୟ ପ୍ରଵାବିତ କରୁଛି, ଭାବି ଅନୁପ୍ରାଣିତ ହେଇ ଥିଲି ୲ ଏବେ ପୁଣି ଥରେ ବହିଟିକୁ ପଢି ଜାଣିଲି ସମ୍ରାଟ ଅଶୋକ ଏବଂ ଆଲେକଯାନଡାରଙ୍କ ଯୁଧ୍ୟ କ୍ଷେତ୍ରରେ ରାଣ କୌଶଳ ବିଷୟରେ, ହାନୀବଲ ଏବଂ ହର୍ଷଙ୍କ ବୀରତ୍ୱ ବିଷୟରେ, ଯୀଶୁ ଏବଂ ଜୋଆନଙ୍କ ତ୍ୟାଗ ବିଷୟରେ, ମାର୍କୋ ପୋଲୋ ଏବଂ କଲମବସ୍ ଙ୍କ ଦୁଃସାହସିକ ଯାତ୍ରା ବିଷୟରେ, ନିରୋ ଏବଂ ଷୋଡଶ ଲୁଇଙ୍କ ଅସମର୍ଥ ରାଜ୍ୟଟି ବିଷୟରେ, ଗାଲିଲେଓ ଏବଂ କାର୍ଲ ମାର୍କ୍ସ ଙ୍କ ଯୁଗାନ୍ତକାରୀ ଚିନ୍ତାଧାରା ବିଷୟରେ, ଏବଂ ଶେଷରେ ଦୁଇ ଧୃବୀୟ ବିପରୀତ ଚରିତ୍ର ହିଟଲର୍ ଏବଂ ଗାନ୍ଧୀଙ୍କ ବିଷୟରେ ୲ ମନ୍ମଥ ନାଥଙ୍କ ଲେଖା ଯେ ପାଠକକୁ ଜାବୁଡି ଧରିବ, ଯଦିବି ପାଠକ ଇତିହାସ ପ୍ରତି ବୀତସ୍ପୃହ ହେଇଥିବ, ସେଥିରେ ମୋର ସନ୍ଦେହରେ ଅବକାଶ ନାହିଁ ୲ ପ୍ରତ୍ୟେକ ଚରିତ୍ରଙ୍କ ଭୂମିକାରେ ଲେଖକ ଯେଉଁ ଦୁଇ ଧାଡି କବିତା ପ୍ରସ୍ତୁତ କରିଛନ୍ତି, ତାହା ଉଲ୍ଲେଖଯୋଗ୍ୟ ୲favourites indian-lit-odia nonfiction-history